Mon. Jan 19th, 2026

ଅର୍ଶ ରୋଗୀଙ୍କ ପାଇଁ ଉପକାରୀ ପାଚିଲା ଅମୃତଭଣ୍ଡା

1 min read
Spread the love

ପାଚିଲା ଅମୃତଭଣ୍ଡା ଭିଟାମିନ୍‌ ଏ ଏବଂ ବି ର ଗୁଣରେ ଭରପୂର। ଏହାକୁ ଖାଇବା ସହିତ ସ୍କିନ୍‌ର ଯତ୍ନ ପାଇଁ ମଧ୍ୟ ବ୍ୟବହାର କରାଯାଏ। କଞ୍ଚା ଅମୃତଭଣ୍ଡାକୁ ତରକାରୀ କରାଯାଏ। ପାଚିଲା ଅମୃତଭଣ୍ଡାକୁ ଫଳ ଭାବରେ ଖିଆଯାଏ। ଏହା ସହିତ ଏହାକୁ ଜୁସ୍‌, ଜେଲୀ, ଜାମ୍‌ ତିଆରିରେ ମଧ୍ୟ ବ୍ୟବହାର କରାଯାଏ। ବହୁତ ଲୋକ ଅମୃତଭଣ୍ଡାକୁ ଫେସ୍‌ ପ୍ୟାକ୍‌ ଭାବରେ ମଧ୍ୟ ବ୍ୟବହାର କ ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ। ଶହେ ଗ୍ରାମ୍‌ ଅମୃତଭଣ୍ଡାରୁ ୧ରୁ ୨ ଚାମଚ ପ୍ରୋଟିନ୍‌, ୯୮ କ୍ୟାଲୋରୀ, ୭୦ ଏମ୍‌ଜି ଆଇରନ୍‌ ଭରପୂର ମାତ୍ରାରେ ମିଳେ। ଏହା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହାକୁ ମୁହଁରେ ଲଗାଇଲେ କଳାଦାଗକୁ କମ୍‌ ହୁଏ। ଏହାକୁ ବହୁତ ଲୋକ ପ୍ରାକୃତିକ ବ୍ଲିଚ୍‌ ଭାବରେ ମଧ୍ୟ ବ୍ୟବହାର କରାଯାଏ। ଦାନ୍ତରୁ ଯଦି ରକ୍ତ ବାହାରୁଥାଏ। ତେବେ ଏହାର ସେବନ ଯୋଗୁଁ ଲାଭ ମଳିଥାଏ। ଅର୍ଶ ରୋଗ ପାଇଁ ମଧ୍ୟ ଏହା ବହୁତ ଲାଭକାରୀ କାରଣ ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ହୁଏ ନାହିଁ।

Copyright © All rights reserved.