Sun. Jan 18th, 2026

ଲଗାତର ୫ ମାସ ଲାଗି କମିଲା ରପ୍ତାନି

1 min read
Spread the love

ନୂଆଦିଲ୍ଲୀ,୧୬-୧: ଭାରତର ମର୍ଚ୍ଚାଣ୍ଡାଇଜ୍‌ ରପ୍ତାନି ଲଗାତର ଭାବେ ୫ ମାସ ଧରି ହ୍ରାସ ଘଟିବା ସହ ଡିସେମ୍ବରରେ ୧.୮% ରହିଛି। ସେହିଭଳି ଗତବର୍ଷ ତୁଳନାରେ ଚଳିତବର୍ଷ ଡିସେମ୍ବରରେ ବାଣିଜ୍ୟ ନିଅଣ୍ଟ କମିବା ସହ ୧୧.୨୫ ବିଲିୟନ ଡଲାର ରହିଛି। ଇନ୍ଧନ ଆମଦାନୀ କମିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି କରାଯାଇଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି। ଡିସେମ୍ବରରେ ମର୍ଚ୍ଚାଣ୍ଡାଇଜ ରପ୍ତାନି ହ୍ରାସ ଘଟି ୨୭.୩୬ ବିଲିୟନ ଡଲାର ରହିଛି। ସେହିଭଳି ଆମଦାନୀ ୮.୩୮% କମିବା ଯୋଗୁ ଏହା ୩୮.୬୧ ବିଲିୟନ ଡଲାର ରହିଥିବା ମନ୍ତ୍ରଣାଳୟ ଡାଟାରୁ ସାମ୍ନାକୁ ଆସିଛି। ୨୦୧୮ ଡିସେମ୍ବରରେ ଦେଶର ବାଣିଜ୍ୟ ନିଅଣ୍ଟ ୧୪.୪୯ ବିଲିୟନ ଡଲାର ରହିଥିଲା।

Copyright © All rights reserved.