Wed. Apr 22nd, 2026

ଜୁଲାଇରୁ ସୂଚୀ ଜଣାଇବ ଡିଜିଟାଲ୍ କାରବାର ସ୍ଥିତି

1 min read
Spread the love

ମୁମ୍ବାଇ: ଦେଶରେ ଡିଜିଟାଲ ଅର୍ଥ କାରବାର ବହୁମାତ୍ରାରେ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଆସନ୍ତା ଜୁଲାଇରେ ଡିଜିଟାଲ ପୈଠ ସୂଚୀ (ଡିପିଆଇ) କାର୍ଯ୍ୟକାରୀ କରିବାକୁ ଯାଉଛି। ଏକାଧିକ ବିଷୟକୁ ନେଇ ଏହି ସୂଚୀ ପ୍ରସ୍ତୁତ ହେବ। ଦେଶରେ ଡିଜିଟାଲ କାରବାରର ବାସ୍ତବ ଏବଂ ବ୍ୟାପକ ପ୍ରତିଫଳନ ଏହି ସୂଚୀରୁ ଜାଣିବାକୁ ମିଳିବ। ସେହିଭଳି ଡିଜିଟାଲ କାରବାର କ୍ଷେତ୍ରରେ ଏକ ସ୍ବ ନିୟନ୍ତ୍ରିତ ପ୍ରତିଷ୍ଠାନ ସ୍ଥାପନ ପାଇଁ ଢାଞ୍ଚା ପ୍ରସ୍ତୁତ ହେବ। ଆସନ୍ତା ଏପ୍ରିଲ ସୁଦ୍ଧା ଏହା କାର୍ଯ୍ୟକାରୀ ‌ହେବ। ନିରପତ୍ତା, ଗ୍ରାହକ ସୁରକ୍ଷା ଏବଂ ମୂଲ୍ୟ ଆଦି କ୍ଷେତ୍ରରେ ପ୍ରଚଳନ ହେଉଥିବା ସର୍ବୋତ୍କୃଷ୍ଟ ମାନକୁ ପ୍ରୋତ୍ସାହନ ଦେବା ଲାଗି ଏହା କରାଯିବ। ବାଣିଜ୍ୟିକ ବ୍ୟାଙ୍କ ଭଳି ଆଞ୍ଚଳିକ ବ୍ୟାଙ୍କକୁ ଆଧାର ପେ, ଭିମ୍ ମୋବାଇଲ୍ ଆପ୍ ଏବଂ ପିଓଏସ୍ ଟର୍ମିନାଲ ମାଧ୍ୟମରେ ସେମାନଙ୍କ ଗ୍ରାହକଙ୍କୁ ଡିଜିଟାଲ ସେବା ଯୋଗାଇ ଦେବା ଲାଗି ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି।

Copyright © All rights reserved.