ଏହି କଥାଟି ଜାଣି ନ ଥିଲେ ତରକାରୀ ସୁଆଦିଆ ଲାଗି ନ ଥାଏ!
1 min read
ସମସ୍ତେ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ବିଶେଷ କରି ତରକାରୀ ନିହାତି ସ୍ୱାଦିଷ୍ଟ ହେବା ଦରକାର ବୋଲି ସମସ୍ତେ ମନେ କରନ୍ତି। ଭୋଜନକୁ ସ୍ୱାଦିଷ୍ଟ କରିବା ଲାଗି ସମସ୍ତେ ଚାହୁଁଥିବା ସତ୍ତ୍ୱେ, କେତେକ କାରଣରୁ ତାହା ଅନେକ ସମୟରେ ସ୍ୱାଦିଷ୍ଟ ହୋଇପାରେ ନାହିଁ । ଯେଉଁମାନେ ଖାଦ୍ୟ ପ୍ରସ୍ତୁତି ବେଳେ କେଉଁ ସମୟରେ ଲୁଣ ପକାଇବାକୁ ହେବ, ଜାଣି ନ ଥାଆନ୍ତି, ସେମାନେ ଏଭଳି ଅସୁବିଧାରେ ପଡ଼ନ୍ତି ।
ଏଣୁ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ଖାଦ୍ୟର ଗୁଣବତ୍ତା ରକ୍ଷା କରିବା ଲାଗି କେଉଁ ସମୟରେ ଲୁଣ ପକାଇବା ଆବଶ୍ୟକ, ତାହା ଜାଣିବା ଉଚିତ । ଏକଥା ମନେ ରଖିବା ଉଚିତ ଯେ ନିର୍ଦ୍ଧାରିତ ସମୟରେ ଲୁଣ ନ ପକାଇଲେ ପ୍ରସ୍ତୁତ ଖାଦ୍ୟର ସ୍ୱାଦ ବଦଳି ଯାଇଥାଏ ।ଏବେ ଆସନ୍ତୁ ଜାଣିବା ଖାଦ୍ୟ ପ୍ରସ୍ତୁତି ସମୟରେ କେତେବେଳେ ଲୁଣ ପକାଇବାକୁ ହେବ। ପିଆଜକୁ ତେଲରେ ଭାଜିବା ଆରମ୍ଭରେ ନୁହେଁ ବରଂ ଶେଷ ସମୟରେ ସେଥିରେ ଲୁଣ ପକାନ୍ତୁ । ପାସ୍ତା ବା ମାଗି ଆଦି ରନ୍ଧନ ବେଳେ ପାଣି ଫୁଟିବା ସମୟରେ ହିଁ ସେଥିରେ ଲୁଣ ପକାଇବା ଉଚିତ । ଏପରି କରିବା ଦ୍ୱାରା ସେଥିରେ ଲୁଣର ମାତ୍ରା କମ୍ ହେବା ସହିତ ତାହା ସ୍ୱାଦିଷ୍ଟ ହୋଇଥାଏ । ବିନ୍ସ ପ୍ରସ୍ତୁତିରେ ଅଧିକ ସମୟ ଲାଗିଥାଏ । ଏଣୁ ସେଥିରେ ରନ୍ଧନ ପୂର୍ବରୁ ଲୁଣ ମିଶାଇ ଦେବା ଠିକ୍ । ଡାଲି ବଘାରିବା ପୂର୍ବରୁ ସେଥିରେ ଲୁଣ ମିଶାଇଲେ ତାହା ଅଧିକ ସ୍ୱାଦଯୁକ୍ତ ହୋଇଥାଏ ।