Sun. Aug 3rd, 2025

ବିଜ୍‌‌ନେସ୍ ପାୱାର ଲିଷ୍ଟ୍‌-୨୦୨୦ରେ ଡାକ୍ତର ଅବିନାଶ ସାମଲ

1 min read
Spread the love

ଭୁବନେଶ୍ବର: ଏକ ଇଂରାଜୀ ଦୈନିକ ସମ୍ବାଦପତ୍ର ପକ୍ଷରୁ ପ୍ରସ୍ତୁତ ‘ବି‌ଜ୍‌ନେସ୍‌ ପାୱାର ଲିଷ୍ଟ୍‌-୨୦୨୦’ରେ ଉଦ୍ୟୋଗୀ ତଥା ଡାକ୍ତର ଅବିନାଶ ସାମଲ ସ୍ଥାନ ପାଇଛନ୍ତି। କରୋନା ମହାମାରୀକୁ ସାମ୍ନାକରି ନିଜ ନିଜର ବ୍ୟବସାୟକୁ ଆଗକୁ ନେଇଥିବା ରାଜ୍ୟର ପ୍ରମୁଖ ଉଦ୍ୟୋଗୀମାନଙ୍କୁ ନେଇ ପ୍ରସ୍ତୁତ ତାଲିକାରେ ଡାକ୍ତର ଅବିନାଶ ଜଣେ କନିଷ୍ଠ ଉଦ୍ୟୋଗୀଭାବେ ସ୍ଥାନ ପାଇଛନ୍ତି। ରଂଜନ ରଶ୍ମୀ ବିଭାଗରେ ଡାକ୍ତରୀ ଶିକ୍ଷା ଲାଭ କରିଥିବା ଡାକ୍ତର ଅବିନାଶ ରାଜ୍ୟରେ ମୋରିସ ଗ୍ୟାରେଜ୍ ଓ ଜାଗୁଆର ଲ୍ୟାଣ୍ଡରୋଭର ଭଳି କାର୍‌ ସୋ’ରୁମ୍‌ ଖୋଲି ପାରିଛନ୍ତି। ଏଥିସହିତ ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ରୁଚି ରହିଛି। ଡାକ୍ତର ଅବିନାଶଙ୍କ ବାପା ଗଙ୍ଗାଧର ସାମଲ ରାଜ୍ୟର ଜଣେ ସଫଳ ଉଦ୍ୟୋଗୀ ହୋଇଥିବା ବେଳେ ଦାଦା ସୁଧୀର କୁମାର ସାମଲ ଢେଙ୍କାନାଳର ବିଧାୟକ ଏବଂ ବଡ଼ବାପା ରମେଶ ଚନ୍ଦ୍ର ସାମଲ ଜଣେ ବିଶିଷ୍ଟ ସମା‌ଜସେବୀ।

Copyright © All rights reserved.