Thu. Aug 7th, 2025

ଆଣ୍ଟି ସ୍ଲିପ୍‌ ଯୋଗ ମ୍ୟାଟ୍‌, ଦାମ୍‌ ୩୦୦ ଟଙ୍କାରୁ ଆରମ୍ଭ

1 min read
Spread the love

ଭୁବନେଶ୍ବର: କରୋନା ମହାମାରୀ ସଂକ୍ରମଣ ପରେ ଲୋକମାନେ ସ୍ବାସ୍ଥ୍ୟକୁ ନେଇ ବେଶ ସଚେତନ ହୋଇପଡ଼ିଛନ୍ତି। ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି ‌ସେମାନେ ଭଲ ଭାବେ ବୁଝିପାରିଛନ୍ତି। ଏକ ସୁସ୍ଥକର ଜୀବନଶୈଳୀ ପାଇଁ ବ୍ୟାୟାମ ଜରୁରୀ। ନିଜକୁ ସୁସ୍ଥ ରଖିବା ଲାଗି ପ୍ରାଚୀନ ଯୋଗ ଲୋକମାନଙ୍କ ଦ୍ବାରା ଗ୍ରହଣୀୟ ହୋଇଛି। ସେଥିପାଇଁ ଯୋଗ ମ୍ୟାଟ୍‌ର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଯୋଗ କରୁଥିବା ପ୍ରତିଟି ବ୍ୟକ୍ତି ଯୋଗ ମ୍ୟାଟ୍‌ରୁ ହିଁ ନିଜର ଯାତ୍ରା ଆରମ୍ଭ କରନ୍ତି। ଏହି ମ୍ୟାଟ୍‌ କିଣିବା ବେଳେ ଅନେକ ବିଷୟ ବିଚାରକୁ ନେବା ଜରୁରୀ। ସାଧାରଣରେ ଏକ ଭଲ ଯୋଗ ମ୍ୟାଟ୍‌ର ୪ ଏମ୍‌ଏମ୍‌-୮ ଏମ୍ଏମ୍‌ ମୋଟା ଥାଏ। ସେଥିରେ ଆଣ୍ଟି ସ୍ଲିପ୍‌ ସୁବିଧା ରହିଥାଏ। ବଜାରେ ରବର୍‌ ଓ ସିଲିକନ୍ ମ୍ୟାଟ୍‌ ମିଳୁଥିବା ବେଳେ ଝୋଟ ଓ କପା ଆଦି ପ୍ରାକୃତିକ ଉପାଦାନରେ ତିଆରି ମ୍ୟାଟ୍‌ ମଧ୍ୟ ବିକ୍ରି ହେଉଛି। ବିଭିନ୍ନ ପ୍ରକାର ଏବଂ ରଙ୍ଗରେ ଯୋଗ ମ୍ୟାଟ୍‌ ଉପଲବ୍ଧ ହେଉଛି। ଆଣ୍ଟି ସ୍କିଡ୍‌ ବା ସ୍ଲିପ୍‌ ସୁବିଧ‌ା ଥିବା‌ ଯୋଗ ମ୍ୟାଟ୍‌ ଗ୍ରାହକଙ୍କ ଦ୍ବାରା ବେଶ ଗ୍ରହଣୀୟ ହୋଇଛି।

ଯୋଗ ମ୍ୟାଟ୍‌ ଏବେ ଯୋଗ ଓ ଫିଟ୍‌ନେସ୍‌ କ୍ଲବ୍‌ର ସଦସ୍ୟ ଓ ଘରେ ଯୋଗ କରୁଥିବା ଲୋକମାନେ କିଣୁଛନ୍ତି। କେବଳ ଭାରତ ନୁହେଁ ଆମେରିକା, କାନାଡା, ମେକ୍ସିକୋ, ଜର୍ମାନି, ଫ୍ରାନ୍ସ, ବ୍ରିଟେନ୍, ସ୍ପେନ୍, ଇଟାଲି, ଚୀନ୍, ଜାପାନ, ଅଷ୍ଟ୍ରେଲିଆ, ଆଫ୍ରିକା ଓ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ ଯୋଗ ମ୍ୟାଟ୍‌ ବିପୁଳ ପରିମାଣରେ ବିକ୍ରି ହେଉଛି। ଯୁବପିଢ଼ି ଓ ସ୍ବାସ୍ଥ୍ୟ ସଚେତନ କର୍ପୋରେଟ୍ ଜଗତର ବ୍ୟକ୍ତି ଓ ସେଲିବ୍ରିଟିମାନଙ୍କ ଦ୍ବାରା ଏହା ଗ୍ରହଣୀୟ ହୋଇଛି।

Copyright © All rights reserved.