Sat. Feb 28th, 2026

୧୦ ଦିନରେ ଡିଜେଲ୍‌ ସାଢ଼େ ୩ ଟଙ୍କା ମହଙ୍ଗା

1 min read
Spread the love

ଭୁବନେଶ୍ବର: ଦେଶରେ କ୍ରମାଗତଭାବେ ଗତ ୧୦ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ୁଛି। ଗତ ୯ ତାରିଖରୁ ଏହି ଦର ଲଗାତାର ବଢ଼ି ଚାଲିଛି। ଦଶ ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି ୩ ଟଙ୍କା ଏବଂ ଡିଜେଲ ଦର ସାଢ଼େ ୩ ଟଙ୍କା ମହଙ୍ଗା ହୋଇଯାଇଛି। ଫଳରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ୬୦ ପଇସା ଏବଂ ଡିଜେଲ ଦର ୮୭ ଟଙ୍କା ୪୮ ପଇସାରେ ପହଞ୍ଚି ନୂଆ ରେକର୍ଡ କରିଛି। ବୁଧବାର ତୁଳନାରେ ଗୁରୁବାର ପେଟ୍ରୋଲ ଦର ୩୫ ପଇସା ଏବଂ ଡିଜେଲ ଦର ୩୬ ପଇସା ବୃଦ୍ଧି ଘଟିଛି। ଭୁବନେଶ୍ବର ତୁଳନାରେ ରାଜ୍ୟର ‌ଅନ୍ୟ କେତେକ ସହରରେ ପେଟ୍ରୋଲ ଦର ଅଧିକ ରହିଛି। ମାଲ୍‌କାନ୍‌ଗିରି ଜିଲ୍ଲାରେ ଦର ସବୁଠୁ ଅଧିକ ରହିଛି।

Copyright © All rights reserved.