Sat. Feb 28th, 2026

ଭଗବାନ ରାମଙ୍କ ପରି ରାହୁଲଙ୍କୁ ଚିତ୍ରଣ କଲେ ସମର୍ଥକ, ପୋଷ୍ଟର୍‌ରେ ରାମ ବେଶରେ ଦିଶିଲେ କଂଗ୍ରେସ ଅଧ୍ୟକ୍ଷ

1 min read
Spread the love

ପାଟ୍‌ନା: ବିହାରର କଂଗ୍ରେସ କର୍ମୀମାନେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମ ଭାବେ ଚିତ୍ରଣ କରିଥିବା ଦେଖିବାକୁ ମିଳିଛି। ଟୁଇଟର୍‌ରେ ବୁଲୁଥିବା ଏକ ପୋଷ୍ଟର୍‌ରେ ରାହୁଲ ଗାନ୍ଧୀଙ୍କୁ ରାମଙ୍କ ବେଶରେ ସଜାଯାଇଛି। ରାହୁଲଙ୍କ ସମର୍ଥକମାନେ ରାହୁଲଙ୍କୁ କେବଳ ରାମ ବେଶରେ ସଜାଇ ନାହାନ୍ତି ବରଂ ତାଙ୍କ ସଂପର୍କରେ ଦୁଇ ଧାଡ଼ି ଲେଖିଛନ୍ତି ମଧ୍ୟ।

ପୋଷ୍ଟର୍‌ର ମଧ୍ୟ ଭାଗରେ ରହିଛି ରାହୁଲ ଗାନ୍ଧୀଙ୍କ ଫଟୋ। ଚାରିକଡ଼ରେ ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଆହୁରି ଅନ୍ୟ କେତ ଜଣ କଂଗ୍ରେସ ନେତାଙ୍କ ଫଟୋ ଦେଖିବାକୁ ମିଳିଛି। ରାହୁଲଙ୍କ ଫଟୋ ତଳେ ଯାହା ହିନ୍ଦିରେ ଲେଖାଯାଇଛି ତାହାର ଓଡ଼ିଆ ଅନୁବାଦ ହେଲା, ‘ସେ ରାମ ରାମ ଜପୁଥାନ୍ତୁ। ତୁମେ ରାମ ବନି କରି ବଞ୍ଚ।’

ଉଲ୍ଲେଖଯୋଗ୍ୟ, କଂଗ୍ରେସ ଦଳ ପାଇଁ ଏପରି ପୋଷ୍ଟର୍‌ ବନାଇବାର କଳ୍ପନା କିଛି ସାଧାରଣ କଥା ନୁହେଁ। ପୂର୍ବରୁ ବି ଅନେକ ଥର ରାହୁଲ ଗାନ୍ଧୀଙ୍କୁ ପୋଷ୍ଟର୍‌ରେ ବିଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ଏହି ପୋଷ୍ଟର୍‌ରେ ବଜେପିର ରାମ ମନ୍ଦିର ନିର୍ମାଣ ପ୍ରତିଶ୍ରୁତିକୁ ତାତ୍ସଲ୍ୟ କରାଯାଇଛି।

Copyright © All rights reserved.