Wed. Jun 25th, 2025

ଆଗକୁ ଆପେ ଆପେ ଡିଲିଟ୍ ହୋଇଯିବ ହ୍ବାଟସଆପ ମେସେଜ୍,

1 min read
Spread the love

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ନିଜ ବ୍ୟବହାରକାରୀଙ୍କୁ ନୂଆ ଅନୁଭବ ଦେବାର ପ୍ରୟାସ କରିଥାଏ ହ୍ଵାଟ୍‌ସଆପ୍‌। କିଛି ଦିନ ମଧ୍ୟରେ ହ୍ଵାଟ୍‌ସଆପ୍‌ ଅନେକ ନୂଆ ଫିଚର ଆଣି ସାରିଥିବା ବେଳେ ଏବେ ଆଉ କିଛି ନୂଆ ଫିଚର ଉପରେ କାମ କରୁଥିବା ଜଣାପଡ଼ିଛିି। ଏବେ କମ୍ପାନି ଡିଲିଟ୍ ମେସେଜ ଫିଚର ଉପରେ କାମ କରୁଥିବା ଜଣା ପଡ଼ିଛି। ଏହି ଫିଚର ଆସିବା ଦ୍ୱାରା ମେସେଜ୍‌ ପଠାଇବା ପରେ ଏକ ନିଶ୍ଚିତ ସମୟ ମଧ୍ୟରେ ପଠାଯାଇଥିବା ମେସେଜ୍‌ଟି ଆପେ ଆପେ ଡିଲିଟ୍‌ ହୋଇଯିବ। ଏହା ସହ ବ୍ୟବହାରକାରୀ ମେସେଜ୍ ଡିିଲିଟ୍ କରିବାର ଏକ ନିର୍ଦ୍ଧିଷ୍ଟ ସମସସୀମା ରଖି ପାରିବେ। ଯାହାଦ୍ବାରା ମେସେଜଟି ସେହି ସମୟ ପର୍ଯ୍ୟନ୍ତ ରହିବା ପରେ ଆପେ ଆପେ ଡିଲିଟ୍ ହୋଇଯିବ।

ଏହାର ନାଁ ଡିିଲିଟ୍ ମେସେଜ୍ ବା ସେଲଫ୍ ଡେଷ୍ଟ୍ରକ୍ଟିଭ୍ ମେସେଜ ଦିଆଯାଇଥିବା ବେଳେ ବିଶେଷ କରି ହ୍ବାଟସଆପ୍ ଗ୍ରୁପ୍ ପାଇଁ ଏହି ସୁବିଧା ଅଣାଯାଉଛି। ଯାହାଦ୍ବାରା କେବଳ ଗ୍ରୁପର ଆଡମିନ ହିଁ ମେସେଜ ଡିଲିଟ୍ କରିବାର ସମୟସୀମା ଧାର୍ଯ୍ୟ କରି ପାରିବେ। ତେବେ ଗତ ବର୍ଷଠାରୁ ଏହା ଉପରେ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଥିବା ବେଳେ ୨୦୨୦ରେ ଏହି ଫିଚରର ଲାଭ ବ୍ୟବହାରକାରୀମାନେ ଉଠାଇ ପାରିବେ ବୋଲି ଜଣା ପଡ଼ିଛି।

Copyright © All rights reserved.