Wed. Jun 25th, 2025

ଏୟାର ଇଣ୍ଡିଆ କିଣିବା ଦୌଡ଼ରେ ସାମିଲ ହେବ ଆଦାନି

1 min read
Spread the love

ନୂଆଦିଲ୍ଲୀ: ସରକାରୀ ବିମାନ କଂପାନି ଏୟାରା ଇଣ୍ଡିଆକୁ କିଣିବା ଦୌଡ଼ରେ ଗୌତମ ଆଦାନିଙ୍କ ଆଦାନି ଗ୍ରୁପ୍ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି। କଂପାନିର ନିଲାମ ଲାଗି ବିଡ୍ ଆହ୍ବାନ କରାଯାଇଛି। ଆଦାନି ଗ୍ରୁପ୍ ବିଡ୍‌ ଦାଖଲ କରିବା ଉପରେ ବିଚାର କରୁଛି। ଏବେ ବିଡ୍ କାଗଜପତ୍ରଗୁଡ଼ିକର ଅନୁଧ୍ୟାନ ଚାଲିଛି। ଖୁବ୍‌ଶୀଘ୍ର କଂପାନି ତରଫରୁ ବିଡ୍ ଦାଖଲ କରାଯିବ। ଏଥର ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଯିଏ ଏହାକୁ କିଣିବ ତାହା ହେବ କଂପାନିର ନୂଆ ମାଲିକ। ‌କଂପାନି ପରିଚାଳନାରେ ଆଉ ସରକାରୀ ହସ୍ତକ୍ଷେପ ରହିବ ନାହିଁ। ଏୟାର ଇଣ୍ଡିଆକୁ କିଣିବା ଦୌଡ଼ରେ ଟାଟା, ହିନ୍ଦୁଜା ଓ ଇଣ୍ଡିଗୋ ସାମିଲ ‌ହୋଇଥିବା ଜଣାପଡ଼ିଛି।

Copyright © All rights reserved.