Sun. Jan 18th, 2026

ଏୟାର ଇଣ୍ଡିଆରେ ୧୦୦% ଏଫ୍‌ଡିଆଇ ଲାଗି କାର୍ଯ୍ୟକ୍ରମ ଜାରି

1 min read
Spread the love

ନୂଆଦିଲ୍ଲୀ,: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆରେ ୧୦୦% ଅଂଶଧନ ବିକ୍ରି ଲାଗି ସରକାର ଯୋଜନା ରଖିଛନ୍ତି। ଏଭଳି ସ୍ଥିତିରେ ବିମାନ କମ୍ପାନୀରେ ୧୦୦% ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେବାକୁ କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ଜଣାପଡିଛି। ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ବିମାନ କମ୍ପାନୀରେ ଏଫ୍‌ଡିଆଇ ସୀମାକୁ ୪୯%ରେ ସୀମତ ରଖାଯାଇଛି। ଏଥି ଲାଗି ସରକାର ମଞ୍ଜୁରୀ ପ୍ରଦାନ କରୁଛନ୍ତି। ନୂଆ ବ୍ୟବସ୍ଥା ଆସିଲେ ପ୍ରବାସୀ ମାନେ ୧୦୦% ନିବେଶ କରିପାରିବେ। ବର୍ତ୍ତମାନ ଏହା ୪୯% ରହିଛି। ପୁରୁଣା ଆଇନରେ ହଟାଇ ନୂଆ ପ୍ରସ୍ତାବ ଲାଗୁ କରାଇବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଶିଳ୍ପ ଏବଂ ଆନ୍ତଃ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ(ଡିପିଆଇଆଇଟି) ପକ୍ଷରୁ ପଦକ୍ଷେପ ନିଆଯାଉଛି। ସେହିଭଳି ଏୟାର ଇଣ୍ଡିଆ ବିଡିଂରେ ଟାଟା ଗ୍ରୁପ ଭାଗ ନେବ ବୋଲି ଜଣାପଡିଛି।

Copyright © All rights reserved.