Sun. Jan 18th, 2026

ଆମାଜନ୍‌ରେ ମିଳିବ ସତେଜ ପନିପରିବା ଓ ଫଳ

1 min read
Spread the love

ବେଙ୍ଗାଲୁରୁ: ଆମେରିକାର ଇ-କମର୍ସ କମ୍ପାନି ଆମାଜନ ଭାରତରେ ଗତ କିଛିଦିନ ପୂର୍ବେ ଏକ ନୂଆ ସେବା ଆରମ୍ଭ କରିଛି। ଏଥିରେ ଗ୍ରାହକଙ୍କୁ ୨ ଘଣ୍ଟା ମଧ୍ୟରେ ସତେଜ ପନିପରିବା, ଫଳ ଏବଂ ତେଜରାଜି ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରିଛି। ଏହାକୁ କମ୍ପାନି ଆମାଜନ ଫ୍ରେସ୍ ଷ୍ଟୋର ନାମ ଦେଇଛି। ‌ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଏଥିରେ ସେବା ଉପଲବ୍ଧ ହେବ। କମ୍ପାନି ପକ୍ଷରୁ କୁହାଯାଇଛି ଗ୍ରାହକ ଫଳ, ପନିପରିବାର, କ୍ଷୀର, ମାଂସ, ଆଇସକ୍ରିମ୍ ସହିତ ପ୍ୟାକେଜରେ ଥିବା ଖାଦ୍ୟ, ପର୍ସନାଲ କେୟାର ଏବଂ ହୋମ୍ କେୟାର ସାମଗ୍ରୀ ମଗାଯାଇପାରିବେ। ପୂର୍ବରୁ କମ୍ପାନିର ପ୍ରାଇମ୍ ନାଓ ନାମରେ ଏକ ଆପ୍ ରହିଥିଲା ଯେଉଁଥିରେ ଗ୍ରାହକମାନେ ଗ୍ରୋସରି ସାମଗ୍ରୀର କ୍ରୟ ଆଦେଶ ଦେଉଥିଲେ। କିନ୍ତୁ ଏବେ ସିଧାସଳଖ ଆମାଜନ୍ ଆପ୍‌ରେ ଏହି ସବୁ ସାମଗ୍ରୀ କ୍ରୟ ପାଇଁ ଆଦେଶ ଦିଆଯାଇପାରିବ। କମ୍ପାନି ପ୍ରଥମେ ଏହି ସେବା ବେଙ୍ଗାଲୁରୁର ନିର୍ଦ୍ଦି‌ଷ୍ଟ କେତେକ ସ୍ଥାନରେ ଉପଲବ୍ଧ କରାଇଛି। ପରେ ଅନ୍ୟ ସହରରେ ଉପଲବ୍ଧ ହେବ। ୬୦୦ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କିଣିଲେ ଡେଲିଭରି ଚାର୍ଜ ଲାଗିବ ନାହିଁ। କିନ୍ତୁ କମ୍ ମୂଲ୍ୟର ସାମଗ୍ରୀ କିଣିଲେ ୨୯ ଟଙ୍କା ଚାର୍ଜ ଲାଗିବ ବୋଲି ଏକ ସୂତ୍ରରୁ ଜଣାଯାଇଛି।

Copyright © All rights reserved.