ବିଏମ୍ସି କର୍ପୋରେଟର, ମେୟର ଓ ଡେପୁଟି ମେୟରଙ୍କ ମିଟିଂ ଭତ୍ତା ବୃଦ୍ଧି
1 min read
ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର କର୍ପୋରେଟରମାନଙ୍କର ମିଟିଂ ଭତ୍ତା ବୃଦ୍ଧି ହୋଇଛି । କର୍ପୋରେଟରଙ୍କ ଭତ୍ତା୧୦ ହଜାର କରାଯାଇଛି। ପ୍ରତି କର୍ପୋରେସନ ମିଟିଂ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ମିଳିବ। କର୍ପୋରେସନ ମିଟିଂ ପାଇଁ ମେୟର ଭତ୍ତା ହେଲା ୫୦ ହଜାର ଟଙ୍କା ହୋଇଥିବାବେଳେ ଡେପୁଟି ମେୟର ପାଇବେ ୨୫ ହଜାର ଟଙ୍କା। ଏନେଇ କର୍ପୋରେସନ ବୈଠକରେ ନିଷ୍ପତ୍ତି ହୋଇଛି। ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସମସ୍ତ ଭତ୍ତା ବିଏମସି ପ୍ରଦାନ କରିବ।