Mon. Jan 19th, 2026

ଏସାର ଷ୍ଟିଲର ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ

1 min read
Spread the love

ନୂଆଦିଲ୍ଲୀ,: ଏସାର ଷ୍ଟିଲର ଅଧିଗ୍ରହଣ ପ୍ରକ୍ରିୟା ସୋମବାର ସମ୍ପୂର୍ଣ୍ଣ ହୋଇଛି। ୪୨ ହଜାର କୋଟି ଟଙ୍କାର ଏହି ଡିଲ୍‌କୁ ମିଳିତ ଭାବେ ଆର୍ସେଲର ମିତ୍ତଲ ଏବଂ ନିପନ ଷ୍ଟିଲ ଏସାର ଋଣ ପ୍ରଦାନକାରୀଙ୍କ ସହ ସମାଧାନ କରିଛନ୍ତି। ଏହି ଦୁଇ କମ୍ପାନୀ ମିଶି ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିଥିବା ଆର୍ସେଲର ମିତ୍ତଲ ପକ୍ଷରୁ ଏକ ବିବୃତିିରେ କୁହାଯାଇଛି। ନୂଆ କମ୍ପାନୀର ନାମ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ଲିମିଟେଡ ରହିଛି। ଏହା ଏସାର ଷ୍ଟିଲ ଇଣ୍ଡିଆ ଲିମିଟେଡକୁ ପରିଚାଳନା କରିବ। ଯୌଥ ଉଦ୍ୟୋଗରେ ଆର୍ସେଲର ମିତ୍ତଲର ୬୦% ଅଂଶଧନ ରହିବ। ନୂଆ କମ୍ପାନୀର ସଭାପତି ଏବଂ ସିଏଫ୍‌ଓ ଭାବେ ଆଦିତ୍ୟ ମିତ୍ତଲଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି ଦିଲୀପ ଓମେନ ଯୌଥ ଉଦ୍ୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କାର୍ଯ୍ୟ କରିବେ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଏସାର ଷ୍ଟିଲ ମାମଲା ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରନ୍ସି କୋଡର ଅନ୍ତର୍ଗତ ସମାଧାନ କରାଯାଇଛି।

Copyright © All rights reserved.