Mon. Jan 19th, 2026

କଟା ପିଆଜ ଫ୍ରିଜ୍‌ରେ ରଖୁଥିଲେ…

1 min read
Spread the love

ପିଆଜକୁ ଭାଜି ଖାଆନ୍ତୁ ଅବା କଞ୍ଚା, ଏହା ପ୍ରତିଟି ରୂପରେ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏଥିରେ ଥିବା ଔଷଧୀୟ ଗୁଣ, ଆଣ୍ଟିି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱଏବଂ ଆଣ୍ଟି ଇନ୍‌ଫ୍ଲେମେଟ୍ରି ଗୁଣ ହୃତପିଣ୍ଡ ଏବଂ ପାକସ୍ଥଳୀ ପାଇଁ ବେଶ୍‌ ଫାଇଦା ପ୍ରଦାନ କରିଥାଏ। କିନ୍ତୁ ଏହାର ଦୈନନ୍ଦିନ ବ୍ୟବହାରରେ ଅନେକ ଲୋକ କଟା ପିଆଜକୁ ଫ୍ରିଜ୍‌ରେ ରଖିବାରେ ଅଭ୍ୟସ୍ତ ଥାନ୍ତି। ଏପରିକି ରୋଷେଇରେ ବ୍ୟବହାର ହେବା ପରେ ଯଦି ପିଆଜ ବଳକା ରହିଯାଏ, ତାକୁ ବି ଫ୍ରିଜ୍‌ରେ ରଖିଦିଅନ୍ତି। ଯଦି ଆପଣ ଏଭଳି କରୁଛନ୍ତି, ସାବଧାନ ହୋଇଯାଆନ୍ତୁ। ବୈଜ୍ଞାନିକଙ୍କ ଅନୁସାରେ ଫ୍ରିଜ୍‌ରେ ଷ୍ଟୋର୍‌ ଥିବା କଟା ପିଆଜ ସେବନ କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। କଟା ପିଆଜ ଖୁବଶୀଘ୍ର ଖରାପ ହୋଇଥାଏ। ଏଥିରେ ଖୁବ୍‌ଶୀଘ୍ର ବ୍ୟାକ୍ଟେରିଆ ଘର କରିଦିଅନ୍ତି, ଯାହାର ସେବନ ଶରୀର ପାଇଁ ହାନିକାରକ ହୋଇପଡ଼େ। ଏଣୁ ପିଆଜକୁ କାଟିବା ମାତ୍ରକେ ତୁରନ୍ତ ରୋଷେଇରେ ବ୍ୟବହାର କରିବା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।

Copyright © All rights reserved.