Tue. Jul 21st, 2026

ଏନ୍‌ବିଏଫ୍‌ସିର ମୂଲ୍ୟବାନ ସମ୍ପତ୍ତି କିଣିବେ ସରକାରୀ ବ୍ୟାଙ୍କ

1 min read
Spread the love

ନୂଆଦିଲ୍ଲୀ: ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି) ଓ ହାଉସିଂ ଫାଇନାନ୍ସ କଂପାନିଗୁଡ଼ିକର ମୂଲ୍ୟବାନ ସମ୍ପତ୍ତିକୁ ସରକାରୀ ବ୍ୟାଙ୍କଗୁଡ଼ିକ କିଣିପାରିବେ। ଆଜିର କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏଥିପାଇଁ ଏକ ଆଂଶିକ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ଅଣାଯାଇଛି। ଏହା ଅଧୀନ‌ରେ ଏନ୍‌ବିଏଫ୍‌ସିଗୁଡ଼ିକର ସମ୍ପତ୍ତି କିଣୁଥିବା‌ ବ୍ୟାଙ୍କଗୁଡ଼ିକ କୌଣସି କ୍ଷତି ସହିଲେ ତାହାର ଆଂଶିକ ଅର୍ଥକୁ ସରକାର ନିଜ ଆଡ଼ୁ ଭରଣା କରିବେ। ସମ୍ପତ୍ତି ମୂଲ୍ୟର ୧୦% କିମ୍ବା ୧୦ ହଜାର କୋଟି ଟଙ୍କା ଯାହା କମ୍ ତାହା ବ୍ୟାଙ୍କଗୁଡ଼ିକୁ ଦିଆଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍ ଅଭିଭାଷଣରେ ଏହି ସୂଚନା ଦେଇଥିଲେ। ଏନ୍‌ବିଏଫ୍‌ସି କ୍ଷେତ୍ରରେ ଦେଖାଦେଇଥିବା ନଗଦ ରାଶି ସଙ୍କଟର ସମାଧାନ କରିବା ଲାଗି ଏହି ସ୍କିମ୍ ଅଣାଯାଇଛି। ଏହି ସଂସ୍ଥାଗୁଡ଼ିକ ନିଜର ସମ୍ପତ୍ତିକୁ ବିକି ପାଣ୍ଠି ଯୋଗାଡ଼ କରିପାରିବେ ଏବଂ ନିଜର କାର୍ଯ୍ୟଗୁଡ଼ିକୁ ସମ୍ପାଦିତ କରିପାରିବେ।

Copyright © All rights reserved.