ନୂଆ ରେକର୍ଡ ସ୍ତରରେ ସେନ୍ସେକ୍ସ
1 min read
ବମ୍ବେ,୨୦-୧୨: ଲଗାତର ଭାବେ ୩ଟି ସେସନ ଲାଗି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ବୃଦ୍ଧି ଧାରା ଜାରି ରହିଛି। ବୁଧବାର ମଧ୍ୟ ସେନସେକ୍ସ ଏବଂ ନିଫ୍ଟିରେ କାରବାର ନୂଆ ରେକର୍ଡ ସ୍ତର ଛୁଇଁଥିବା ଦେଖାଯାଇଛି। ଶକ୍ତି, ଆଇଟି ଏବଂ ଅଟୋ କ୍ଷେତ୍ରର ଶେୟାର କାରବାର ଉନ୍ନତ ରହିବା ସହ ବିଦେଶୀ ନିବେଶକଙ୍କ ପୁଞ୍ଜି ଆଗମନ ବଢିବାରୁ ସୂଚକାଙ୍କରେ ଏଭଳି ରେକର୍ଡ ବୃଦ୍ଧି ଦେଖାଯାଇଛି। ୩୦ ଶେୟାର ବିଶିଷ୍ଟ ସେନସେକ୍ସର ଦିନ ମଧ୍ୟରେ ୪୧,୭୧୯.୨୯ ବଢିଥିବା ବେଳେ ୧୧୫.୩୫ ବା ୦.୨୮% ଉଚ୍ଚରେ ରହି ୪୧, ୬୭୩.୯୨ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଏହା ରେଡର୍କ ସର୍ବୋଚ୍ଚ ସ୍ତରର କ୍ଲୋଜିଂ। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୩୮.୦୫ ପଏଣ୍ଟ ବା ୦.୩୧% ଉଚ୍ଚରେ ରହି ନୂଆ ରେକର୍ଡ ସ୍ତର ୧୨,୨୫୯.୭୦ ପଏଣ୍ଟ ରହିଛି। ଏହା ଦିନ ମଧ୍ୟରେ ୧୨,୨୬୮.୩୫ ସ୍ତର ଛୁଇଁଥିଲା।