Wed. Jun 25th, 2025

ପୁଣି ଜିଓ ହେଲା ଦେଶର ସବୁଠାରୁ ବଡ଼ ଟେଲିକମ କମ୍ପାନି

1 min read
Spread the love

ମୁମ୍ବାଇ: ୨୦୧୬ ମସିହାରେ ଜିଓ ଲଞ୍ଚ ହେବା ପରେ ଟେଲିକମ ମାର୍କେଟରେ ଏହା ଚହଳ ପକାଇଥିଲା | ଲୋକଙ୍କୁ ମାଗଣାରେ ଡାଟା ସହ କଲିଂ ସୁବିଧା ଦେଇ ଆକୃଷ୍ଟ କରିଥିଲା | ରିଲାଏନ୍ସ ଜିଓର ଶସ୍ତା ପ୍ଲାନ ଦ୍ୱାରା ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ସକ୍ଷମ ମଧ୍ୟ ହୋଇଥିଲା | ଏହି କାରଣରୁ ଅନ୍ୟ ଟେଲିକମ କମ୍ପାନୀଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଥିଲା |ଜିଓ ଲଞ୍ଚ ହେବା ପରେ ଟେଲିକମ ଦୁନିଆରେ କିଛି କମ୍ପାନୀ(ଭୋଡାଫୋନ-ଆଇଡ଼ିଆ) ପରସ୍ପର ମଧ୍ୟରେ ମିଶ୍ରଣ କରିଦେଇଥିଲେ |ତିନି ବର୍ଷରେ ମଧ୍ୟ ଜିଓ ଟେଲିକମ ବଜାରରେ ନିଜର ଦବଦବା ଜାରି ରଖିଛି | ଯେଉଁଥିପାଇଁ ଜିଓ ପୁଣି ଥରେ ଦେଶର ସବୁଠାରୁ ବଡ ଟେଲିକମ କମ୍ପାନୀ ମଧ୍ୟରେ ସ୍ଥାନ ପାଇଛି | ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ବା ଟ୍ରାଇ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ ୨୦୧୯ ମସିହାରେ ମଧ୍ୟ ଜିଓ ଏକ ନମ୍ବର ସ୍ଥାନ ଅଧିକାର କରିଛି |

ରିଲାଏନ୍ସ ଜିଓ ଏୟାରଟେଲ ଓ ଭୋଡାଫୋନ-ଆଇଡିଆକୁ ପଛରେ ପକାଇ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ବେଳେ ଏୟାରଟେଲ ଦୁଇ ନମ୍ବର ଓ ଭୋଡାଫୋନ-ଆଇଡ଼ିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି | ଯଦି ତିନିଟି କମ୍ପାନୀର ମାର୍କେଟ ସେୟାର ଉପରେ ଅନୁଧ୍ୟାନ କରାଯାଏ ତେବେ ଜିଓ ପାଖରେ ବଜାର ଅଂଶ ୩୨.୦୪ ପ୍ରତିଶତ ରହିଥିବା ବେଳେ, ଏୟାରଟେଲର ବଜାର ଅଂଶ ୨୮.୩୫ ପ୍ରତିଶତ ଓ ଭୋଡାଫୋନ-ଆଇଡ଼ିଆର ବଜାର ଅଂଶ ୨୯.୧୨ ପ୍ରତିଶତ ରହିଛି | ନଭେମ୍ବର ୨୦୧୯ ସୁଦ୍ଧା ଜିଓ ପାଖରେ ୧୧୭ କୋଟି ୟୁଜର୍ସ ଥିବା ବେଳେ ୨୩ ଲକ୍ଷ ଗ୍ରାହକ ଏୟାରଟେଲକୁ ଛାଡ଼ିଥିବାବେଳେ ୨୫ ଲକ୍ଷ ଗ୍ରାହକ ଭୋଡାଫୋନ-ଆଇଡିଆକୁ ଛାଡିଦେଇଛନ୍ତି |

Copyright © All rights reserved.