ସ୍ବାସ୍ଥ୍ୟ ଉପକାରୀ ଜିରା
1 min read
ଜିରା ଖାଲି ଏକ ମସଲାଜାତୀୟ ସାମଗ୍ରୀ ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗବେଷଣା କରି କହିଛନ୍ତି। ଜିରାରେ ଆଇରନ, କ୍ୟାଲସିୟମ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି’ ପରି ଅନେକ ପୋଷକତତ୍ତ୍ୱ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହା କୋଲେଷ୍ଟରଲ ନିୟନ୍ତ୍ରଣ କରିବା ସହ ଓଜନ କମାଇବାରେ ସହାୟକ ହୋଇଥାଏ।
ଏକ ଅଧ୍ୟୟନରୁ ଜଣାପଡ଼ିଛି, ୮ ସପ୍ତାହ ପର୍ଯ୍ୟନ୍ତ ଦିନକୁ ଦୁଇଥର ୭୫ମିଲିଗ୍ରାମ ଜିରା ଖାଇଲେ ବ୍ଲଡ୍ ଟ୍ରାଇଗ୍ଲିସ୍ରାଇଡ୍ସକୁ କମ୍ କରିଥାଏ।
ଓଜନ କମ୍ କରେ :
ଜିରାରେ ଫାଇବର ଏବଂ ଭିଟାମିନ୍ ସି’ ଥିବାରୁ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ।
ଡାଇବେଟିସ୍ ନିୟନ୍ତ୍ରଣ କରେ :
ଜିରା ବ୍ଲଡ୍ ସୁଗାର କମାଇବାରେ ସହାୟକ ହୋଇଥାଏ। ଯାହା ଦ୍ୱାରା ଡାଇବେଟିସ୍ ନିୟନ୍ତ୍ରଣ ହୋଇଥାଏ।
ପାଚନ ପ୍ରକ୍ରିୟା ସହଜ ହୁଏ :
ଜିରା ପେଟ ସମସ୍ୟା ପାଇଁ ସବୁଠୁ ଭଲ। କିଛି ଜିରାକୁ ଚୋବାଇ ପାଣି ପିଇଲେ ପେଟ ସମସ୍ୟା ଦୂର ହୋଇଥାଏ। ଏହା ପାଚନ ପ୍ରକ୍ରିୟାକୁ ସହଜ କରିଥାଏ। ପେଟ ଫମ୍ପାଇଲେ ସକାଳୁ ଖାଲି ପେଟରେ ଜିରା ପାଣି ପିଇଲେ ଉପଶମ ମିଳିଥାଏ।