Wed. Jun 25th, 2025

ଦୀପାବଳିରେ ବଢ଼ିବ ସୁନା ମୂଲ୍ୟ !

1 min read
Spread the love

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୁନା ଦର କ୍ରମାଗତ ଭାବେ ହ୍ରାସ ପାଉଛି। ଏପରି ପରିସ୍ଥିତିରେ, ଆପଣ ସୁନା କିଣିବା ଉଚିତ କି ଦର କମିଯିବାର ଆଉ କିଛି ସମ୍ଭାବନା ଅଛି ଭାବି ଅପେକ୍ଷା କରିବେ | ଅଧିକାଂଶ ଲୋକ ଦୀପାବଳି ସମୟରେ ସୁନା କିଣନ୍ତି | ଯଦି ଗତ ଦୁଇ ଦିନ ଧରି ସୁନା ମୂଲ୍ୟରେ ହ୍ରାସ ଘଟିଛି, ତେବେ ଏହି ମୂଲ୍ୟ ହ୍ରାସ ଧାରା ଦୀପାବଳି ପର୍ଯ୍ୟନ୍ତ ରହିବ କି ? ଓ ଅକ୍ଟୋବରରେ ସୁନା ମୂଲ୍ୟ କେତେ ରହିବ ତାହାକୁ ନେଇ ଏବେ ଅର୍ଥନିତୀଜ୍ଞମାନେ ଆକଳନ ଲଗାଇଲେଣି |ତେବେ ସୁନା ବିଶେଷଜ୍ଞଙ୍କ କହିବା କଥା ଯେ ହୁଏତ ଦୁଇ ଦିନ ହେଲା ସୁନା ମୂଲ୍ୟରେ କିଛି ମାତ୍ରାରେ ହ୍ରାସ ହୋଇଛି କିନ୍ତୁ ଅକ୍ଟୋବର ଶେଷ ଆଡକୁ ସୁନା ୧୦ ଗ୍ରାମ ପିଛା ମୂଲ୍ୟ ୫୨,୦୦୦ ରୁ ୫୪,୦୦୦ ଟଙ୍କା ମଧ୍ୟରେ ରହିବ | ସୁନା ମୂଲ୍ୟ ବର୍ତ୍ତମାନ ଯେଉଁ ସ୍ତରରେ ଅଛି, ତାହା ତଳକୁ ଯିବ ନାହିଁ | ସେହିପରି ଦୀପାବଳି କଥା କହିବାକୁ ଗଲେ ସେତେବେଳକୁ ସୁନା ମହଙ୍ଗା ହେବ।

ଅକ୍ଟୋବରରେ ଯେଉଁ ମୂଲ୍ୟ ରହିଛି ତାହାଠାରୁ ମୂଲ୍ୟ ଅଧିକ ରହିବ | କିଛି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି ଯେ ଦୀପାବଳି ବେଳକୁ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୮୦୦୦ ଟଙ୍କା ଅତିକ୍ରମ କରିପାରେ | ଅର୍ଥାତ୍ ଦୀପାବଳିରେ ସୁନା ଏହାର ରେକର୍ଡକୁ ଅତିକ୍ରମ କରିବ | ଯଦି ଆପଣ ଭାବୁଛନ୍ତି ଯେ ଦୀପାବଳି ସୁଦ୍ଧା ସୁନା ଶସ୍ତା ହେବ, ଏହାକୁ କିନ୍ତୁ ବଜାର ବିଶେଷଜ୍ଞ ଗ୍ରହଣ କରିନାହାଁନ୍ତି | ସେମାନଙ୍କ ମତରେ ସୁନା ଦର ଦୀପାବଳି ବେଳକୁ ବଢ଼ିଯିବ |

Copyright © All rights reserved.