Mon. Sep 7th, 2026

ଦେଶରେ ଲଗାତାର ୪ ଦିନ ହେଲା କମୁଛି ତେଲ ଦର

1 min read
Spread the love

ଭୁବନେଶ୍ବର : ଦେଶରେ ଲଗାତାର ୪ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର କମିବାରେ ଲାଗିଛି। ଗତ ୧୬ ତାରିଖରୁ ପେଟ୍ରୋଲ ଏବଂ ଡିଜେଲ ଦର କମୁଛି। ଏହି ଚାରି ଦିନରେ ପେଟ୍ରୋଲ ଦର ୬୦ ପଇସା କମିଥିବାବେଳେ ଡିଜେଲ ଦର ୬୬ ପଇସା କମିଛି। ରବିବାର ଭୁବନେଶ୍ବରର ଭାରତୀୟ ତୈଳ ନିଗମ ଟାଙ୍କିରେ ପେଟ୍ରୋଲ ଦର ଲିଟର ପିଛା ୭୪ ଟଙ୍କା ୭ ପଇସା ଥିବାବେଳେ ଡିଜେଲ ଦର ୭୩ ଟଙ୍କା ୪୩ ପଇସା ରହିଛି। ଏହି ଦର ହ୍ରାସ ଯଦି ଜାରି ରହେ ତାହେଲେ ଆଗାମୀ ଦିନରେ ଗ୍ରାହକଙ୍କୁ କିଛିଟା ଆଶ୍ବସ୍ତି ମିଳିବ।

Copyright © All rights reserved.