Wed. Apr 22nd, 2026

ପ୍ରିପେଡ୍ ରିଚାର୍ଜରେ ମିଳିବ ୨ ଲକ୍ଷ ଟଙ୍କାର ଜୀବନ ବୀମା

1 min read
Spread the love

ନୂଆଦିଲ୍ଲୀ : ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏୟାରଟେଲ ଏକ ଅଭିନବ ପନ୍ଥା ଆପଣାଇଛି। ୧୭୯ ଟଙ୍କାର ପ୍ରିପେଡ୍ ପ୍ୟାକ୍‌ରେ କମ୍ପାନି ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ବି ରହିଛି। କମ୍ପାନି ପକ୍ଷରୁ କୁହାଯାଇଛି ୧୭୯ ଟଙ୍କାର ଏହି ନୂଆ ପ୍ରିପେଡ୍ ପ୍ୟାକ୍‌ରେ ଜଣେ ଗ୍ରାହକ ଯେକୌଣସି ନେଟୱାର୍କର ଗ୍ରାହକଙ୍କ ସହିତ ଅସୀମିତ କଥା ହୋଇପାରିବ। ଏଥିପାଇଁ ୨ ଜିବି ଡାଟା ଏବଂ ୩୦୦ ଏସ୍‌ଏମ୍‌ଏସ୍ ଏବଂ ଭାରତୀ ଏକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସ କମ୍ପାନିର ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ମଧ୍ୟ ଗ୍ରାହକଙ୍କୁ ମିଳିବ ବୋଲି କମ୍ପାନି କହିଛି। ଏହି ପ୍ୟାକ୍‌ର ବୈଧତା ୨୮ ଦିନ ରଖାଯାଇଛି। ଏହି ବୀମା ସୁବିଧା ୧୮ରୁ ୫୪ ବର୍ଷ ବୟସର ବ୍ୟକ୍ତିଙ୍କୁ ମିଳିବ। ଏଥିପାଇଁ କୌଣସି ପ୍ରକାର କାଗଜପତ୍ର କିମ୍ବା ଡାକ୍ତରୀ ପରୀକ୍ଷାର ଆବଶ୍ୟକତା ନାହିଁ। ବୀମା ପଲିସିର ପ୍ରମାଣପତ୍ର ତୁରନ୍ତ ଡିଜିଟାଲ ଆକାରରେ ମିଳିଯିବ।

Copyright © All rights reserved.