Tuesday, January 13, 2026
  • ଓଡ଼ିଆ
WhatsApp chat
Daily Odia Samachar
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live
No Result
View All Result
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live
No Result
View All Result
Daily Odia Samachar
No Result
View All Result
Home News

ସବୁ ବର୍ଗକୁ ଆଖି, ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍‌

Sanjay Kumar by Sanjay Kumar
February 18, 2025
in News, Odia
0
ସବୁ ବର୍ଗକୁ ଆଖି, ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍‌
0
SHARES
42
VIEWS
Share on FacebookShare on Twitter

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨,୯୦,୦୦୦ କୋଟି ଟଙ୍କାର ଏକ ବିଶାଳ ବଜେଟ୍ ଉପସ୍ଥାପନ କରିଛନ୍ତି। ତାହା ୨୦୨୪-୨୫ରେ ଉପସ୍ଥାପନ କରାଯାଇଥିବା ୨,୬୫,୦୦୦ କୋଟି ଟଙ୍କାର ବଜେଟ୍‌ ତୁଳନାରେ ୯.୪୩ ପ୍ରତିଶତ ଅଧିକ। ଏଥର ବଜେଟ୍‌ରେ ଗରିବ, ଚାଷୀ, ମହିଳା କଲ୍ୟାଣ,  ଗ୍ରାମୀଣ ବିକାଶ, ସହରାଞ୍ଚଳ ଓ ଜଳସେଚନର ଉନ୍ନତି, ପୁଞ୍ଜିନିବେଶ, ବନ୍ଦର ଭିତ୍ତିକ ଶିଳ୍ପ ବିକାଶ, ଶିଳ୍ପାୟନ ଓ ସାର୍ବଜନୀନ କ୍ରୀଡ଼ାକୁ ପ୍ରା‌ଧାନ୍ୟ ଦେଇ ସରକାର ସବୁ ବର୍ଗକୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସହ ୫୦୦ ବିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବା ଲାଗି ରହିଥିବା ଲକ୍ଷ୍ୟ ଅନୁସାରେ ବଜେଟ୍ ପ୍ରସ୍ତୁତ କରାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ‘ସୁଭଦ୍ରା’କୁ ୧୦,୧୪୫ କୋଟି ଟଙ୍କା ଦିଆଯାଇଛି। ମହିଳା ଓ ଶିଶୁ କୈନ୍ଦ୍ରିକ ନୀତି ପାଇଁ ମୋଟ୍‌ ଉପରେ ୧୭,୯୮୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଶିକ୍ଷା କ୍ଷେତ୍ରକୁ ୪୧,୨୭୩ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହାର ସିଂହଭାଗ ଅର୍ଥାତ୍‌ ୨୧,୧୮୫ କୋଟି ଟଙ୍କା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଆବଣ୍ଟନ କରାଯାଇଛି। ସମଗ୍ର ଶିକ୍ଷାକୁ ୪୬୮୧ କୋଟି ଟଙ୍କା ଦିଆଯାଇଥିବା ବେଳେ ପିଏମ୍‌ ପୋଷଣ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ ଆବଣ୍ଟନ କରାଯାଇଥିବା ଅର୍ଥ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବ। ‌କୃଷି କ୍ଷେତ୍ରର ବିକାଶ ପାଇଁ ସିଏମ୍ କିଷାନ ଯୋଜନାକୁ ୨୦୨୦ କୋଟି ଟଙ୍କା, ଶ୍ରୀଅନ୍ନ ଅଭିଯାନକୁ ୬୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। କୃଷି ‌କ୍ଷେତ୍ରକୁ ୩୭,୮୩୮ କୋଟି ଟଙ୍କା ଦିଆଯାଇଛି, ଯାହା ପୂର୍ବ ବଜେଟ୍‌ ତୁଳନାରେ ୧୨ ପ୍ରତିଶତ ଅଧିକ। ବଜେଟ୍‌ରେ ଅନ୍ତ୍ୟୋଦୟ ଗୃହ ଯୋଜନା, ସୁଭଦ୍ରା ସୁରକ୍ଷା, ଓଡ଼ିଶା ପୁଷ୍ଟି ମିସନ୍‌, ଆମ ଶିମିଳିପାଳ, ମଡେଲ୍‌ ମଣ୍ଡି, ଓ-ସମ୍ପର୍କ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ସ୍ବଚ୍ଛ ଓଡ଼ିଶା, ଆମେ ପଢ଼ିବା ଆମ ଭାଷାରେ, ଅଟଳ ବସ୍‌ଷ୍ଟାଣ୍ଡ ଓ ସମୃଦ୍ଧ ସହର ଭଳି ୧୬ଟି ନୂଆ ଅଭିଯାନ ହାତକୁ ନିଆଯାଇଛି। ସେହିପରି, ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ୨୩,୬୩୫ କୋଟି ଟଙ୍କା ଦିଆଯାଇଛି ଯାହା ପୂର୍ବବର୍ଷର ବଜେଟ୍ ତୁଳନାରେ ୮ ପ୍ରତିଶତ ଅଧିକ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ୬୨୪୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମାଗଣା ଔଷଧ ବଣ୍ଟନ ଯୋଜନା ‘ନିର୍ମାଲ୍ୟ’କୁ ୯୩୯ କୋଟି ଟଙ୍କା ଦିଆଯାଇଛି। ଆମ ହସ୍ପିଟାଲ୍ ପାଇଁ ୨୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ୍‌ ପାଇଁ ୩୮୮୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗରିବ ଲୋକଙ୍କୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରାଇବା ସୁବିଧା ପ୍ରଦାନ ଲାଗି ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଆରମ୍ଭ କରାଯାଇଛି। ଏଥି ସହିତ ଘଟଗାଁ ତାରିଣୀ ମନ୍ଦିରର ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ହାତକୁ ନେବା ସମ୍ପର୍କରେ ବଜେଟ୍‌ରେ ଘୋଷଣା କରାଯାଇଛି।

ଲୋକମାନଙ୍କୁ ପାଇପ୍ ‌ଯୋଗେ ପାନୀୟ ଜଳ ପ୍ରଦାନ କରିବା ଲାଗି ବଜେଟ୍‌ରେ ୮୬୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବସୁଧା ଯୋଜନାକୁ ୧୬୦୦ କୋଟି ଟଙ୍କା ଓ ଜଳ ଜୀବନ ମିସନକୁ ୭୦୦୦ କୋଟି ଟଙ୍କା ଦିଆଯାଇଛି। ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କୁ ରୋଜଗାର ଯୋଗାଇବା ଲାଗି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି (ମନରେଗା) ଯୋଜନାର ମାଟେରିଆଲ୍ କମ୍ପୋନେଣ୍ଟ୍‌ ପାଇଁ ୨୫୦୦ କୋଟି ଟଙ୍କା ଦିଆଯାଇଛି। ରାଜ୍ୟ ସହାୟତା ବାବଦକୁ ୭୦୦ କୋଟି ଟଙ୍କା ଓ ରିଭଲଭିଂ ପାଣ୍ଠି ପାଇଁ ୭୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ୨୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍ଟି ସାଧନ ଯୋଜନା, ଯଶୋଦା, ଅଙ୍ଗନବାଡ଼ି ସେବା, ପୋଷଣ ଅଭିଯାନ, ବୟସ୍କଙ୍କ ପାଇଁ ଘର ଭଳି ପଦକ୍ଷେପ ଦ୍ବାରା ମଧ୍ୟ ଗ୍ରାମାଞ୍ଚଳ ଲୋକମାନେ ଉପକୃତ ହେବେ। ‌କେବଳ ଗାଁ ନୁହେଁ, ସହର ବିକାଶ ଲାଗି ମଧ୍ୟ ବଜେଟ୍‌ରେ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ୧୧୦୦ କୋଟି ଟଙ୍କା ଦିଆଯାଇଥିବା ବେଳେ ନୂଆ ସହର ବିକାଶ ପାଇଁ ୨୦୦ କୋଟି ଟଙ୍କା ଦିଆଯାଇଛି। ଓଡ଼ିଶା ମେଟ୍ରୋ ରେଳ ପରିବହନକୁ ୩୦୫ କୋଟି ଟଙ୍କା, ପିଏମ୍‌ ଇ-ବସ୍ ସେବା ପାଇଁ ୪୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ସହରାଞ୍ଚଳ ରୂପାନ୍ତରୀକରଣ ପାଇଁ ବଜେଟ୍‌ରେ ମୋଟ୍‌ ଉପରେ ୯୯୮୫ କୋଟି ଟଙ୍କା ଦିଆଯାଇଛି।

ନିର୍ବାଚନ ପରବର୍ତ୍ତୀ ବର୍ଷରେ ଏହା ମୋହନ ସରକାରଙ୍କ ଦ୍ବିତୀୟ ପୂର୍ଣ୍ଣାଙ୍ଗ ବଜେଟ୍‌ ହୋଇଥିବାରୁ ରାଜ୍ୟବାସୀ ଏଥିରୁ ଅନେକ କିଛି ଆଶା କରୁଥିଲେ। ସେମାନଙ୍କ ଆକାଂକ୍ଷାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ଲମ୍ବା ବଜେଟ୍‌ ଅଭିଭ‌ାଷଣ ପଢ଼ିଛନ୍ତି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ରେକର୍ଡ ୩୭,୮୩୮ କୋଟି ଟଙ୍କା ଦିଆଯାଇଛି, ଯାହା ପୂର୍ବ ବଜେଟ୍‌ ତୁଳନାରେ ୧୨ ପ୍ରତିଶତ ଅଧିକ। ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରଚାରପ୍ରସାର ଲାଗି ୪୮୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବକୁଳ ବନ ଉନ୍ନୟନ, କଳାକାରଙ୍କୁ ସହାୟତା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ସ୍ମାରକୀଗୁଡ଼ିକର ସଂରକ୍ଷଣ ପାଇଁ ବ୍ୟାପକ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟ ବାରମ୍ବାର ସାମ୍ନା କରୁଥିବାରୁ ବଜେଟ୍‌ରେ ବିପର୍ଯ୍ୟୟ ପରିଚାଳନା ପାଇଁ ୪୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ମହାନଗରରେ ଓଡ଼ିଶା ଭବନ ନିର୍ମାଣ ପାଇଁ ୭୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ଦୋହରାଇ ବଜେଟ୍‌ରେ ‘ଆମ ଶିମିଳିପାଳ’ ଯୋଜନା ପାଇଁ ୫୦ କୋଟି ଟଙ୍କା ଦିଆଯାଇଛି। ସବୁଜିମା ବଢ଼ାଇବା ପାଇଁ ୭୫ କୋଟି ଟଙ୍କା, ଓଡ଼ିଶା ଜଙ୍ଗଲ କ୍ଷେତ୍ର ବିକାଶ ପ୍ରକଳ୍ପ ପାଇଁ ୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ନନ୍ଦନକାନନର ବିକାଶ ଓ ସୌନ୍ଦର୍ଯ୍ୟୀକରଣ, ସବୁଜ ମହାନଦୀ ମିସନ, ଇକୋ ଟୁରିଜିମ୍ ବିକାଶ, ହାତୀ କରିଡର୍‌ ପରିକଳ୍ପନା ଓ ବିକାଶ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣକୁ ପ୍ରାଥମିକତା ଦିଆଯାଇଛି।

ଗ୍ରାମାଞ୍ଚଳ ଲୋକମାନଙ୍କୁ ଉନ୍ନତ ସଡ଼କ ସଂଯୋଗ ‌ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାକୁ ୧୭୦୦ କୋଟି ଟଙ୍କା, ସେତୁ ବନ୍ଧନ ଯୋଜନାକୁ ୨୦୦୦ କୋଟି ଟଙ୍କା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୪୭୦ କୋଟି ଟଙ୍କା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ବସ୍ ସେବା ପାଇଁ ୧୦୮୫ କୋଟି ଟଙ୍କା ଓ ଅଟଳ ବସ୍‌ଷ୍ଟାଣ୍ଡ ପାଇଁ ୧୨୬୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗ୍ରିନ୍ ଓଡ଼ିଶା ଇଭି ନୀତି ପାଇଁ ୧୬୦ କୋଟି ଟଙ୍କା ଦିଆଯାଇଛି। ଅକ୍ଷୟ ଶକ୍ତିର ବିକାଶ ସହିତ ଶକ୍ତି କ୍ଷେତ୍ରର ଉନ୍ନତି ପାଇଁ ୩୯୬୨ କୋଟି ଟଙ୍କାର ଆବଣ୍ଟନ କରାଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) କ୍ଷେତ୍ର ପାଇଁ ୧୫୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟବାସୀଙ୍କ ଘର ଅଭାବକୁ ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣରେ ୪୫୦୦ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳରେ ୭୯୫ କୋଟି ଟଙ୍କା ଏବଂ ନୂଆ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୨୬୦୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ବଜେଟ୍‌ ଅଭିଭାଷଣ ପଢ଼ିବାରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ରେକର୍ଡ ଭାଙ୍ଗିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ସେ ୨ ଘଣ୍ଟା ୪୩ ମିନିଟ୍‌ ପର୍ଯ୍ୟନ୍ତ ବଜେଟ୍‌ ଅଭିଭାଷଣ ପଢ଼ିଥିଲେ। ୨୦୨୦ରେ ନିର୍ମଳା ନିଜର ସବୁଠୁ ଲମ୍ବା ବଜେଟ୍‌ ଅଭିଭାଷଣକୁ ୨ ଘଣ୍ଟା ୪୨ ମିନିଟ୍ ପଢ଼ିଥିଲେ। ସୂଚନାଯୋଗ୍ୟ ଯେ ଗତ ଜୁଲାଇ ମାସରେ ଶ୍ରୀ ମାଝୀ ପ୍ରଥମ ବଜେଟ୍‌ ଉପସ୍ଥାପନ କରିଥିଲେ, ଯେଉଁଥିରେ ତାଙ୍କ ଅଭିଭାଷଣର ସମୟସୀମା ଥିଲା ୨ ଘଣ୍ଟା ୮ ମିନିଟ୍‌। ୨୦୨୫-୨୬ ବଜେଟ୍‌ରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୧.୭୦ ଲକ୍ଷ କୋଟି ଟଙ୍କା ଓ ପୁଞ୍ଜି ବ୍ୟୟ ପାଇ ୬୫,୦୧୨ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି।

 ଚାଷୀ, ମହିଳାଙ୍କୁ ପ୍ରାଧାନ୍ୟ  ବଞ୍ଚିତ ଗରିବଙ୍କୁ ଛାତଘର  ବିଧାୟକ ପାଣ୍ଠି ବଢ଼ିଲା
  ‘ସୁଭଦ୍ରା’କୁ ୧୦,୧୪୫ କୋଟି  କୃଷିକୁ ୩୭,୮୩୮ କୋଟି   ନିର୍ମଳାଙ୍କ ରେକର୍ଡ ଭାଙ୍ଗିଲେ

Previous Post

ରାଜ୍ୟ ବଜେଟ୍ : କୃଷି ପାଇଁ ୩୭,୮୩୮ କୋଟିର ବ୍ୟୟ ବରାଦ

Next Post

ଅଶ୍ଳୀଳ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରକୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

Sanjay Kumar

Sanjay Kumar

Next Post
ଅଶ୍ଳୀଳ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରକୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ଅଶ୍ଳୀଳ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରକୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

  • Trending
  • Comments
  • Latest
Dr. Abinash Samal is on the Business Power List 2020

Dr. Abinash Samal is on the Business Power List 2020

January 3, 2021
The Son of a Laborer is an ISRO Scientist

The Son of a Laborer is an ISRO Scientist

June 18, 2021
Class 10 Physical Science Chapter 1 Odia medium

Class 10 Physical Science Chapter 1 Odia medium

August 23, 2022
What sound is coming from space? You will be surprised to hear

What sound is coming from space? You will be surprised to hear

August 23, 2022
Modi breaks Vajpayee’s record

Modi breaks Vajpayee’s record

0
The Reserve Bank will provide Rs 56,000 crore to the Center

The Reserve Bank will provide Rs 56,000 crore to the Center

0
Mother’s Home Delivery can start with Flipkart

Mother’s Home Delivery can start with Flipkart

0
This world record of Mahendra Singh Dhoni will always be remembered

This world record of Mahendra Singh Dhoni will always be remembered

0
Leave Iran Now

Leave Iran Now

January 13, 2026
CCTV Shows Engineer Killed by Road Roller on Duty

CCTV Shows Engineer Killed by Road Roller on Duty

January 13, 2026
ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

January 13, 2026
Odisha Government to distribute 10 lakh pucca houses under PMAY-G scheme

Odisha Government to distribute 10 lakh pucca houses under PMAY-G scheme

January 9, 2026

Recent News

Leave Iran Now

Leave Iran Now

January 13, 2026
CCTV Shows Engineer Killed by Road Roller on Duty

CCTV Shows Engineer Killed by Road Roller on Duty

January 13, 2026
ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

January 13, 2026
Odisha Government to distribute 10 lakh pucca houses under PMAY-G scheme

Odisha Government to distribute 10 lakh pucca houses under PMAY-G scheme

January 9, 2026

Follow Us

Browse by Category

  • 10th
  • 10th
  • 9th Class
  • Business
  • Crime
  • Economy
  • Education
  • Entertainment
  • Fashion
  • Food
  • Gaming
  • Health
  • Lifestyle
  • Math
  • Movie
  • News
  • Odia
  • Politics
  • Review
  • Science
  • Spiritual
  • Sports
  • Travel
  • World

Recent News

Leave Iran Now

Leave Iran Now

January 13, 2026
CCTV Shows Engineer Killed by Road Roller on Duty

CCTV Shows Engineer Killed by Road Roller on Duty

January 13, 2026
No Result
View All Result
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live

© 2020. Designed and Developed by WHI Digital Pvt. Ltd..