Wednesday, July 2, 2025
  • ଓଡ଼ିଆ
WhatsApp chat
Daily Odia Samachar
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live
No Result
View All Result
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live
No Result
View All Result
Daily Odia Samachar
No Result
View All Result
Home News

ଭତ୍ତା ବଢ଼ିଲା : ମଧୁବାବୁ ପେନସନ୍ ଓ ଜାତୀୟ ସାମାଜିକ ସହାୟତା ହିତାଧିକାରୀ ପାଇବେ ଅଧିକ ୫୦୦ ଟଙ୍କା

Sanjay Kumar by Sanjay Kumar
February 11, 2024
in News, Politics
0
ଭତ୍ତା ବଢ଼ିଲା : ମଧୁବାବୁ ପେନସନ୍ ଓ ଜାତୀୟ ସାମାଜିକ ସହାୟତା ହିତାଧିକାରୀ ପାଇବେ ଅଧିକ ୫୦୦ ଟଙ୍କା
0
SHARES
38
VIEWS
Share on FacebookShare on Twitter

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମାଜିକ ସୁରକ୍ଷା ଯୋଜନା ଅଧୀନସ୍ଥ ସମସ୍ତ ହିତାଧିକାରୀଙ୍କ ମାସିକ ପେନସନ୍ ୫୦୦ଟଙ୍କା ବୃଦ୍ଧି କରିଛନ୍ତି। ଏହାଦ୍ବାରା ମଧୁବାବୁ ପେନସନ୍ ଯୋଜନାର ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀ ମାସକୁ ନିହାତି ୧୦୦୦ ଟଙ୍କା ପାଇବେ। ଯେଉଁମାନେ ୭୦୦ ଟଙ୍କା ପାଉଥିଲେ ସେମାନେ ପାଇବେ ୧୨୦୦ ଟଙ୍କା, ଯେଉଁମାନେ ୯୦୦ ଟଙ୍କା ପାଉଥିଲେ ସେମାନେ ପାଇବେ ୧୪୦୦ ଟଙ୍କା। ହିତାଧିକାରୀମାନେ ଚଳିତ ଫେବ୍ରୁଆରି ମାସରୁ ବର୍ଦ୍ଧିତ ହାରରେ ପେନସନ୍‌ ପାଇବେ। ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀ ମାନଙ୍କୁ ଫେବ୍ରୁଆରି ମାସର ଭତ୍ତା ଟଙ୍କା ୨୦ରୁ ୨୫ତାରିଖ ମଧ୍ୟରେ ଦେବାକୁ କୁହାଯାଇଛି। ଏହାସହ ଜାତୀୟ ସାମାଜିକ ସହାୟତ‌ା କାର୍ଯ୍ୟକ୍ରମ ହିତାଧିକାରୀଙ୍କ ଆକାଉଣ୍ଟରେ ୫୦୦ଟଙ୍କା ଲେଖାଏ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଉପରୋକ୍ତ ଦୁଇଟି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ୫୦୦ଟଙ୍କା, ୭୦୦ଟଙ୍କା ଓ ୯୦୦ଟଙ୍କା ପାଉଥିଲେ। ଏବେ ସେମାନେ ଯଥାକ୍ରମେ ୧୦୦୦ଟଙ୍କା, ୧୨୦୦ଟଙ୍କା ଓ ୧୪୦୦ଟଙ୍କା ପାଇବେ। ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ ୩୬୮୩ କୋଟି ଟଙ୍କା ଖର୍ଚ୍ଚ କରିବେ। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ଲୋକମାନେ ଏହି ପେନସନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ ପରିମାଣକୁ ବୃଦ୍ଧି କରିଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ୍‌ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିଥିଲେ। ଗତ ବର୍ଷ ଅଗଷ୍ଟରେ ୪.୧୩ ଲକ୍ଷ ବୃଦ୍ଧି ପାଇଥିଲା ଏବଂ ଏବେ ଆଉ ୪ ଲକ୍ଷ ଅନ୍ତର୍ଭୁକ୍ତ ହେବା ପରେ ବର୍ତ୍ତମାନ ସମୁଦାୟ ୩୬.୭୫ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ବ୍ୟବସ୍ଥା କରିଛନ୍ତି। ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡ଼ିଶା ରାଜ୍ୟ ଏଡ୍‌ସ ସେଲ୍‌ ଦ୍ୱାରା ଚିହ୍ନଟୀକୃତ ଏଡ୍‌ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର, କୋଭିଡ୍‌ ଦ୍ୱାରା ହୋଇଥିବା ଅନାଥ ପିଲା ଓ ବିଧବାଙ୍କ ସହିତ ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ଏଥିସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଅତିରିକ୍ତ ସହାୟତା ଦେଉଛନ୍ତି।ଏହି ଯୋଜନାରେ ଛୋଟ ପିଲା ଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି। ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି।

ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ରୁ ୫୯% ଅକ୍ଷମତା ଥିବା ଲୋକ ମାସକୁ ୫୦୦ଟଙ୍କା ପାଉଥିବା ବେଳେ ୬୦% ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ଟଙ୍କା ପାଆନ୍ତି। ୬୦%ରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ। ବର୍ତ୍ତମାନ ସମସ୍ତେ ବର୍ଦ୍ଧିତ ଭତ୍ତା ପାଇବେ। ଏହାକୁ ଚଳିତ ମାସରୁ ଲାଗୁ କରିବାକୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କ ସମେତ ବିଏମ୍‌ସି, ବିଇଏମ୍‌ସି, ସିଏମ୍‌ସି, ଏସ୍‌ଏମ୍‌ସି ଓ ଆର୍‌ଏମ୍‌ସିର କମିସନରମାନଙ୍କୁ ଚିଠି ଲେଖିଛନ୍ତି।

Previous Post

ଇତିହାସ ରଚିଲା ମାଇକ୍ରୋସଫ୍ଟ

Next Post

ସତ୍‌ସଙ୍ଗବିହାର ଶ୍ରୀବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଆଜି

Sanjay Kumar

Sanjay Kumar

Next Post
ସତ୍‌ସଙ୍ଗବିହାର ଶ୍ରୀବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଆଜି

ସତ୍‌ସଙ୍ଗବିହାର ଶ୍ରୀବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଆଜି

  • Trending
  • Comments
  • Latest
Dr. Abinash Samal is on the Business Power List 2020

Dr. Abinash Samal is on the Business Power List 2020

January 3, 2021
The Son of a Laborer is an ISRO Scientist

The Son of a Laborer is an ISRO Scientist

June 18, 2021
Class 10 Physical Science Chapter 1 Odia medium

Class 10 Physical Science Chapter 1 Odia medium

August 23, 2022
What sound is coming from space? You will be surprised to hear

What sound is coming from space? You will be surprised to hear

August 23, 2022
President Droupadi Murmu’s 2days Odisha visit

President Droupadi Murmu’s 2days Odisha visit

0
Modi breaks Vajpayee’s record

Modi breaks Vajpayee’s record

0
The Reserve Bank will provide Rs 56,000 crore to the Center

The Reserve Bank will provide Rs 56,000 crore to the Center

0
Mother’s Home Delivery can start with Flipkart

Mother’s Home Delivery can start with Flipkart

0
President Droupadi Murmu’s 2days Odisha visit

President Droupadi Murmu’s 2days Odisha visit

July 1, 2025
Bride ends Life Two Months after Wedding over Dowry Torture

Bride ends Life Two Months after Wedding over Dowry Torture

June 30, 2025
Major Flood Threat in North Odisha: Top engineer

Major Flood Threat in North Odisha: Top engineer

June 30, 2025
Sri Jagannath Reached in Aadap Mandap

Sri Jagannath Reached in Aadap Mandap

June 30, 2025

Recent News

Follow Us

Browse by Category

  • 10th
  • 10th
  • 9th Class
  • Business
  • Crime
  • Economy
  • Education
  • Entertainment
  • Fashion
  • Food
  • Gaming
  • Health
  • Lifestyle
  • Math
  • Movie
  • News
  • Odia
  • Politics
  • Review
  • Science
  • Spiritual
  • Sports
  • Travel
  • World

Recent News

President Droupadi Murmu’s 2days Odisha visit

President Droupadi Murmu’s 2days Odisha visit

July 1, 2025
Bride ends Life Two Months after Wedding over Dowry Torture

Bride ends Life Two Months after Wedding over Dowry Torture

June 30, 2025
No Result
View All Result
  • Home
  • Business
  • Politics
  • Sports
  • Entertainment
  • Education
  • Lifestyle
  • Health
  • Live

© 2020. Designed and Developed by WHI Digital Pvt. Ltd..